ମା’ ବିରଜା ଚାରିଟେବଲ୍ ଟ୍ରଷ୍ଟ୍ ଆନୁକୂଲ୍ୟରେ ଶୀତ ବସ୍ତ୍ର ବଣ୍ଟନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରରେ ଥିବା ମା’ ବିରଜା ଚାରିଟେବଲ୍‌ ଟ୍ରଷ୍ଟ୍ ଆନୁକୂଲ୍ୟରେ ଶୀତ ବସ୍ତ୍ର ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶହୀଦନଗର ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀମା’ ମନ୍ଦିର ନିକଟରେ ରହୁଥିବା ଦରିଦ୍ର ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।

ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୌମ୍ୟକାନ୍ତ ବଳବନ୍ତରାୟଙ୍କ ସାଧୁ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୟୁଏସ୍‌ବିଏମ୍‌ର ବରିଷ୍ଠ ପ୍ରଧ୍ୟାପକ କୈଳାସ ଚନ୍ଦ୍ର ନାୟକ, ଅଧ୍ୟାପକ ପ୍ରଦୀପ କୁମାର ଦେ, ଅଧ୍ୟାପିକା ଡ. ସ୍ବାତୀ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶୀତ ବସ୍ତ୍ର ସହ ଶୁଖିଲା ଖାଦ୍ୟ ପ୍ରଦାନରେ ସହଯୋଗ କରିଥିଲେ।