କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଗୋପାଳପୁର ଠାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍ ଉଇ କ୍ୟାନ୍ ତରଫରୁ ରୁଗ୍ଣ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆର୍ଥିକ ସମହାୟତା ପ୍ରଦାନ କରାଯାଇଛି। ଗୋପାଳପୁର ଗ୍ରାମର ମାଗୁଣି ବେହେରା ଓ ଭଦ୍ରେଶ୍ୱରର ଆରତୀ ରାଉଳ, ଦୁଲାରପୁରର ରେବତୀ ସ୍ୱାଇଁଙ୍କୁ ସଂଗଠନର ସଦସ୍ୟମାନେ ଭେଟି ସହାୟତା ପ୍ରଦାନ କରିଛନ୍ତି।
ଏସ୍ ଉଇ କ୍ୟାନ୍ର ଏହିଭଳି ମହତ୍ କାର୍ଯ୍ୟ ପାଇଁ ସାଧାରଣରେ ସଂଗଠନ କାର୍ଯ୍ୟକୁ ସ୍ୱାଗତ କରାଯାଇଛି। ସଂଗଠନର ଅଧ୍ୟକ୍ଷ ସତ୍ୟଜିତ୍ ବିଶ୍ୱାଳଙ୍କ ଉଦ୍ୟମ ଫଳରେ ରୁଗ୍ଣ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ସଂଗଠନ ତରଫରୁ ଏହିଭଳି ଜନହିତକାର କାର୍ଯ୍ୟ କରାଯିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି।