ସୁରକ୍ଷା ବାହିନୀ ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ଶ୍ରୀନଗରର ରଙ୍ଗପୋରା ଜାକୁରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇ ଜଣ ଲଶ୍କର ଇ-ତାଇବା (ଏଲ୍‌ଇଟି) ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି କାଶ୍ମୀର ପୁଲିସ କହିଛି। ଏହି ଦୁଇ ଆତଙ୍କୀ ପାକିସ୍ତାନର ଇଖଲାକ୍ ଅହମ୍ମଦ ହାଜାମ ଏବଂ ଆଦିଲ ନିସାର ଦାର ବୋଲି ଜଣା ପଡିଛି।

ପୁଲିସ କହିଛି ଯେ ଶ୍ରୀନଗରର ରଙ୍ଗପୋରା ଜାକୁରା ଅଞ୍ଚଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ଆତଙ୍କବାଦୀ ଇକଲାକ୍ ଅହମ୍ମଦ ହାଜାମ ଏବଂ ଆଦିଲ ନିସାର ଦାର ବିହତ ହୋଇଥିଲେ। ସେମାନଙ୍କ ପାଖରୁ ଦୁଇଟି ପିସ୍ତଲ ଏବଂ ପାଞ୍ଚଟି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଛି।

ଶ୍ରୀନଗର ପୁଲିସ ଦ୍ୱାରା ଏକ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ସେନା ଏହାର ଉତ୍ତର ଦେଇଥିଲା ଏବଂ ଏଥିରେ ଦୁଇ ଆତଙ୍କୀ ନିହତ ହୋଇଥିଲେ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।