ବାଙ୍କୀ,ଏନ୍ଏନ୍ଏସ୍: ମା’ମଙ୍ଗଳା କ୍ରିକେଟ୍ କ୍ଲବ୍ ବେଦପୁର ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ର ପଞ୍ଚମ ଦିନରେ ଗୁରୁବାର ୱାଇସିସି ଗୋପାଳପୁର ଓ ଷ୍ଟାର ରାଇଡର ଗୟଳବାଙ୍କ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏଥିରେ ୱାଇସିସି ବିଜୟୀ ହୋଇଛି। ଟସ୍ ଜିତି ଷ୍ଟାର୍ ରାଇଡର୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲା। ୧୩୭ ରନ୍ର ବିଜୟ ଲକ୍ଷ୍ୟକୁ ୱାଇସିସି ୧୮.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା।
ମ୍ୟାଚ୍ରେ ବାଙ୍କୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ସେବକ ରତ୍ନାକର ବେହେରା ଅତିଥି ରୂପେ ଯୋଗଦେଇଥିଲେ। ମ୍ୟାଚ୍କୁ ଆଶିଷ ବେହେରା ଓ କୀର୍ତ୍ତିରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ଚିନ୍ମୟ ପଣ୍ଡା, ବିଶାଳ ପଣ୍ଡା, ବୁଦ୍ଧନ ବେହେରା, ଜ୍ଞାନରଞ୍ଜନ ପତି, ଆଶିଷ ପଣ୍ଡା, କିଷାନ୍ ପଣ୍ଡା ସହଯୋଗ କରିଥିଲେ।