କୋରପୁଟ,ଏନ୍ଏନ୍ଏସ୍: ନାରାୟଣପାଟଣା ଥାନା ଅଧିକାରୀ ନିଲମ୍ବିତ। ନିଲମ୍ବିତ କଲେ ଡିଜିପି। ଏନେଇ କୋରାପୁଟ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍ଷ୍ମୀପୁର ଏସବିଆଇରୁ ସୁନା ଚୋରି ମାମାଲାରେ ଦୋଷୀକୁ ଖସାଇବାରେ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ।
ନାରାୟଣପାଟଣା ଥାନା ଅଧିକାରୀ ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି। ଗତ କିଛିଦିନ ପୂର୍ବେ ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ସୁନା ଚୋରି ଘଟଣାରେ ସୁନା କ୍ରୟକାରୀକୁ ପଳାୟନ କରିବାରେ ତାଙ୍କ ଭୂମିକା ରହିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ତାଙ୍କ ସହ ହୋମଗାର୍ଡ ଗୋପାଳ ରେଡିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।