ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଭନ୍ଦ୍ରା ଗାଁର ଜଣେ ମହିଳା ଶୌଚାଳୟରେ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଶାନ୍ତି ସୁନା(୩୫) । ମିଳିଥିବା ରିପୋର୍ଟ ମୁତାବକ, ଶାନ୍ତି ଶୌଚାଳୟରେ ଖସି ପଡ଼ିବା ପରେ ପରିବାର ଲୋକେ ତାଙ୍କୁ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ସଇଁନ୍ତଳା ଥାନା ଏଏସଆଇ ସଙ୍ଗୀତା ବେକ ଓ ଥବିର ମହାରଣା ପହଁଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି ।