ପୁଣି ସୋପିଆନରେ ମାତିଲେ ଆତଙ୍କୀ, ଆକ୍ରମଣରେ ପୁଲିସ କର୍ମଚାରୀ ଆହତ

ଶ୍ରୀନଗର,ଏଜେନ୍ସି: ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଆହତ। ଗତ ମଙ୍ଗଳବାର ସୋପିଆନ ଜିଲ୍ଲାର ଅମିଶିଜିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। କାଶ୍ମୀର ଜୋନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସିଷ୍ଟାଣ୍ଟ ସବ ଇନିସପେକ୍ଟର ଶବିର ଅହମ୍ମଦ ମସଜିଦରୁ ନମାଜ ପାଠକରି ଫେରୁଥିଲେ।

ସେହି ସମୟରେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି। ଆହତ ପୁଲିସ କର୍ମଚାରୀଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ଓ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।