ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ଏହି କ୍ରମରେ ଫେବୃଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ । ଫେବୃଆରୀ ୧୧ରୁ ୧୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯିବ । ଏହାର ତଦନ୍ତ ଓ ଫଇସଲା ଫେବୃଆରୀ ୧୮ରେ ହେବ । ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୨୪ରେ ପ୍ରକାଶ ପାଇବ । ଫେବୃଆରୀ ୨୮ରେ କମିଶନଙ୍କୁ ଭୋଟର ତାଲିକା ପ୍ରଦାନ କରାଯିବ ।