Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମାରୁତି ସୁଜୁକି ବିକ୍ରିରେ ୨୪% ହ୍ରାସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମାରୁତି ସୁଜୁକି ବିକ୍ରିରେ ୨୪% ହ୍ରାସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପରିଲକ୍ଷିତ ହେଉଥିବାବେଳେ ଗାଡ଼ି କ୍ଷେତ୍ର ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଛି। ଯାହାଫଳରେ ଅନେକ କମ୍ପାନୀ ନିଜନିଜର ଉତ୍ପାଦନକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଉଛନ୍ତି। ଏଥିସହିତ କେତେକ କମ୍ପାନୀ ଖର୍ଚ୍ଚ କାଟ୍ କରିବା ଲାଗି କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି। ଏପରିସ୍ଥିତିରେ ଦେଶର ସର୍ବବୃହତ୍ ଅଟୋ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ବିକ୍ରିରେ ପୁନଶ୍ଚ ବୃହତ୍ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି।

କମ୍ପାନୀ ତରଫରୁ ସେପ୍ଟେମ୍ବର ମାସର ବିକ୍ରି ରିପୋର୍ଟ ଜାରି କରାଯାଇଛି ଏବଂ ଏଥିରେ ୨୪.୪% ହ୍ରାସ ପାଇ ମୋଟ ୧,୨୨,୬୪୦ ୟୁନିଟ୍ ବିକ୍ରି କରାଯାଇଥିବା ଉଲ୍ଲେକ ରହିଛି। ଗତବର୍ଷ ସେପ୍ଟେମ୍ବରରେ କମ୍ପାନୀ ତରଫରୁ ୧,୬୨,୨୯୦ ୟୁନିଟ୍ ବିକ୍ରି କରାଯାଇଥିଲା। ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବରରେ ଘରୋଇ ବଜାରରେ ଏହାର ବିକ୍ରି ୨୬.୭% ହ୍ରାସ ପାଇ ୧,୧୨,୫୦୦ ୟୁନିଟ୍ରେ ପହଞ୍ଚିଛି। ୨୦୧୮ ସେପ୍ଟେମ୍ବରରେ କମ୍ପାନୀ ଘରୋଇ ବଜାରରେ ୧,୫୩,୫୫୦ ୟୁନିଟ୍ ବାହନ ବିକ୍ରି କରିଥିଲା। ସେହିପରି ଚଳିତବର୍ଷ ସେପ୍ଟେମ୍ବରରେ ଅଲ୍ଟୋ ଏବଂ ୱାଗ୍ନର୍ ସମେତ ମିନି କାର୍ଗୁଡ଼ିକର ବିକ୍ରି ୪୨.୬% ହ୍ରାସ ପାଇ ୨୦,୦୮୫ ୟୁନିଟ୍ ରହିଥିଲା। ବର୍ଷେ ପୂର୍ବରୁ ଏହି ସମାନ ଅବଧିରେ ଏହା ୩୪,୯୭୧ ୟୁନିଟ୍ ରହିଥିଲା।

ସେହିପରି କମ୍ପାକ୍ଟ ବାହନ ଶ୍ରେଣୀରେ କମ୍ପାନୀର ବିକ୍ରି ୨୨.୭% ହ୍ରାସ ପାଇ ୫୭,୧୭୯ ୟୁନିଟ୍ ରହିଛି, ଯାହା ୨୦୧୮ ସେପ୍ଟେମ୍ବରରେ ୭୪,୦୧୧ ୟୁନିଟ୍ ଥିଲା। ଏହି ଶ୍ରେଣୀରେ ସ୍ୱିଫ୍ଟ, ସେଲେରିଓ, ଇଗ୍ନିସ୍, ବଲେନୋ ଏବଂ ଡିଜାୟର ଆଦି ସାମିଲ ରହିଛି। କମ୍ପାନୀର ମଧ୍ୟମ ଆକାରର ସେଡାନ୍ କାର୍ ସିୟାଜ୍ର ବିକ୍ରି ମଧ୍ୟ ଭାରିମାତ୍ରାର ହ୍ରାସ ସହିତ ୧,୭୧୫ ୟୁନିଟ୍ରେ ପହଞ୍ଚିଛି। ଗତବର୍ଷ ଏହି ଅବଧିରେ ୬,୨୪୬ ୟୁନିଟ୍ ସିୟାଜ୍ ବିକ୍ରି କରାଯାଇଥିଲା।

ସମୀକ୍ଷାଧୀନ ଅବଧିରେ ଭିଟାରା ବ୍ରେଜା, ଏସ୍ କ୍ରସ୍ ଏବଂ ଆର୍ଟିଗା ଭଳି କମ୍ପାନୀର ୟୁଟିଲିଟି ବାହନଗୁଡ଼ିକର ବିକ୍ରି ସାମାନ୍ୟ ହ୍ରାସ ପାଇ ୨୧,୫୨୬ ୟୁନିଟ୍ ରହିଛି। ୨୦୧୮ ସେପ୍ଟେମ୍ବରରେ ଏହା ୨୧,୬୩୯ ୟୁନିଟ୍ ରହିଥିଲା। ଆଲୋଚ୍ୟ ଅବଧିରେ କମ୍ପାନୀର ରପ୍ତାନୀ ମଧ୍ୟ ୧୭.୮% ହ୍ରାସ ପାଇ ୭,୧୮୮ ୟୁନିଟ୍ ରହିଛି, ଯାହା ଗତବର୍ଷ ସେପ୍ଟେମ୍ବରରେ ୮,୭୪୦ ୟୁନିଟ୍ ରହିଥିଲା।