ନୂଆଦିଲ୍ଲୀ: ମୋଦୀ ସରକାର ଡା. ବୀ ଅନନ୍ତ ନାଗେଶ୍ୱରମଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଆଉ ଆଜି ନାଗେଶ୍ୱରମ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରି ନେଇଛନ୍ତି । ନାଗେଶ୍ୱରମ ଜଣେ ଲେଖକ, ଶିକ୍ଷକ ଓ ପରାମର୍ଶଦାତା ରୂପେ କାର୍ଯ୍ୟ କରି ସାରିଛନ୍ତି । ସେ ଭାରତ ଓ ସିଙ୍ଗାପୁରରେ ଅନେକ ବିଜନେସ ସ୍କୁଲ ଓ ପ୍ରବନ୍ଧନ ସଂସ୍ଥାରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୨ ଜାନୁଆରୀ ୩୧ରେ ସଂସଦର ବଜେଟ ଅଧିବେସନ ଆରମ୍ଭ ହେବ । ଆଉ ଏହି ସମୟରେ ଡା. ଅନନ୍ତ ନାଗେଶ୍ୱରମଙ୍କୁ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏଥିସହିତ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ଇକୋନୋମିକ ସର୍ଭେ ତାଙ୍କ ସମ୍ମୁଖରେ ରଖାଯାଇଛି ଯାହାକୁ ପ୍ରସ୍ତୁତ କରିବାର ଦାୟିତ୍ୱ ଆର୍ଥିକ ପରାମର୍ଶଦାତାଙ୍କର ହୋଇଥାଏ ।