ଏନସିସି କେଡେଟଙ୍କ ସହ ନିଜ ଅନୁଭୂତି ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କେଣ୍ଟସ୍ଥିତ କରିୟପ୍ପା ଗ୍ରାଉଣ୍ଡରେ ଏନସିସି କେଡେଟସଙ୍କୁ ସମ୍ବୋଧିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ୩ ସେନାର ମୁଖ୍ୟ ଓ ଏନସିସି ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

ଏହି ଅବସରରେ ମୋଦୀ କହିଛନ୍ତି ଯେ, ଏକଦା ମୁଁ ବି ଆପଣମାନଙ୍କ ପରି ଏନସିସି କେଡେଟ ଥିବାକୁ ନେଇ ବେଶ୍ ଗର୍ବିତ । ମୋତେ ଏନସିସିରୁ ଯେଉଁ ଟ୍ରେନିଂ ମିଳିଥିଲା ଓ ଯାହା ଶିଖିବାକୁ ମିଳିଥିଲା ଆଜି ଦେଶ ପ୍ରତି ଦାୟିତ୍ୱ ନିର୍ବାହ କରିବାରେ ତାହା ମୋତେ ଅସୀମ ଶକ୍ତି ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଯେଉଁ ସ୍କୁଲ ଓ କଲେଜରେ ଏନସିସି ଏବଂ ଏଏନଏନଏସ ରହିଛି ସେଠାରେ ଡ୍ରଗ୍ସ କେମିତି ପହଂଚି ପାରିବ । ଆପଣ କେଡେଟ ରୂପେ ନିଜେ ଡ୍ରଗ୍ସ ମୁକ୍ତ ରହିବା ସହ ନିଜ କ୍ୟାମ୍ପସକୁ ମଧ୍ୟ ଡ୍ରଗ୍ସ ମୁକ୍ତ ରଖନ୍ତୁ ।