ନୂଆଦିଲ୍ଲୀ: ବିଶ୍ୱର କିଛି ଦେଶରେ କରୋନା ସଂକ୍ରମଣ କମିଥିବାବେଳେ ଭାରତରେ ଏବେ ବି ସଂଖ୍ୟା ଅଧିକ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ଦର ୧୭.୭୫ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ୨୨ଲକ୍ଷ ୨ହଜାର ୭୨ ସକ୍ରିୟ ମାମଲା ରହିଛି । ଦେଶର ୧୧ଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ କର୍ଣ୍ଣାଟକରେ ସର୍ବାଧିକ ୩ଲକ୍ଷ ୫୭ହଜାର ସକ୍ରିୟ ମାମଲା ରହିଥିବାବେଳେ ମହାରାଷ୍ଟ୍ରରେ ୩ଲକ୍ଷ ୨ହଜାର, କେରଳରେ ୩ଲକ୍ଷ ୧ ହଜାର, ତାମିଲନାଡ଼ୁରେ ୨ଲକ୍ଷ ୧୩ହଜାର, ଗୁଜରାଟ ଓ ଆନ୍ଧ୍ରରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିବା ଜଣାପଡ଼ିଛି ।
ସେହିପରି ମହାରାଷ୍ଟ୍ର, ୟୁପି, ଦିଲ୍ଲୀ, ଓଡ଼ିଶା, ହରିୟାଣା ଓ ପଶ୍ଚିମବଙ୍ଗରେ ସଂକ୍ରମଣ ହାର କମ୍ ରହିଛି । ଅନ୍ୟପଟେ ୯୫ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ୭୪ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍ ଦିଆଯାଇଛି । ୧୫ରୁ ୧୮ ବର୍ଷୀୟ ପିଲାଙ୍କ ମଧ୍ୟରେ ପ୍ରଥମ ଡୋଜ ୫୯ ପ୍ରତିଶତଙ୍କୁ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।