୬୯ ବର୍ଷ ପରେ ଏୟାର ଇଣ୍ଡିଆ କମାଣ୍ଡ ସମ୍ଭାଳିଲା ଟାଟା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର କମାଣ୍ଡ ଦୀର୍ଘ ୬୯ ବର୍ଷ ପରେ ଟାଟାକୁ ହସ୍ତାନ୍ତର କରାଯାଇଛି । ଟାଟା ସନ୍ସର ଚେୟାମ୍ୟାନ୍ ଏନ୍‌. ଚନ୍ଦ୍ରଶେଖରନ ଅଧିଗ୍ରହଣ ପ୍ରକ୍ରିୟା ପୂରା ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଅନ୍ୟପଟେ ଏୟାର ଇଣ୍ଡିଆ ସମସ୍ତ ଲଗାଣ ଟଙ୍କା ଭରି ଦେଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅଧିଗ୍ରହଣ ପରେ ଟାଟା ସନ୍ସର ଚେୟାମ୍ୟାନ୍ ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ପୁଣିଥରେ ପାଇଥିବାରୁ ଆମେ ବେଶ୍ ଖୁସି ଅଛୁ । ଆମେ ଏହାକୁ ବିଶ୍ୱସ୍ତରୀୟ ଏୟାରଲାଇନ୍ସ କରିବା ପାଇଁ ଦୃଢ଼ ଭାବେ ସଙ୍କଳ୍ପବଦ୍ଧ ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ରଣନୀତିକ ନିବେଶ ପାଇଁ ଟେଲସ ପ୍ରାଇଭେଟ ଲିମିଟେଡର ଉଚ୍ଚତମ ମୂଲ୍ୟକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ସେୟାର କିଣିବାର ଚୁକ୍ତି ଅକ୍ଟୋବର ୨୫ରେ ହସ୍ତାକ୍ଷର କରାଯାଇଥିଲା