ସ୍ୱର୍ଣ୍ଣ ମନ୍ଦିର ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବ ଗସ୍ତ କରିଛନ୍ତି । ପଞ୍ଜାବ ପହଞ୍ଚିବା ପରେ ରାହୁଲ ପାର୍ଟିର ପ୍ରାର୍ଥୀଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପହଞ୍ଚିଛନ୍ତି । ଏହି ସମୟରେ ରାହୁଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନୀ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଉପସ୍ଥିତ ଥିଲେ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ପଞ୍ଜାବ ଗସ୍ତ କରିଥିବା ଜଣାପଡ଼ିଛି । ଟ୍ୱିଟରରେ ଅନେକ ଫଟୋ ସେୟାର କରି ରାହୁଲ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବରେ ଫେବୃଆରୀ ୨୦ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବ । ସେଥିପାଇଁ ସମସ୍ତ ପାର୍ଟି ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ବନ୍ଧରେ ଘୋଷଣା କରି ନଥିବାବେଳେ ଚନ୍ନୀ ଓ ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।