ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ପୁଲିସ ଧଣ୍ଡାମୁଣ୍ଡାରେ ନିଶା ବେପାର ଚଲାଉଥିବା ଏକ ରାକେଟକୁ ଗତକାଲି ରାତିରେ ଠାବ କରି କଫସିରଫ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଧଣ୍ଡାମୁଣ୍ଡାର ସକୁମାର ଭୋଇ । ମିଳିଥିବା ରିପୋର୍ଟ ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ମାଲପଡ଼ା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଭିଯୁକ୍ତଙ୍କଠାରୁ ୧୩୦ଟି କଫସିରଫ ବୋତଲ ସହ ୨୯ଟି ନିଶା ବଟିକା ଓ ନଗଦ ୮୦୦ ଟଙ୍କା ଜବତ କରିଛି । ଖପ୍ରାଖୋଲ ପୁଲିସ ଉକ୍ତ ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି ।