ଭୀମସାରରେ ୩ ତାଲା ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ଆହତ, କାରଣ ଅସ୍ପଷ୍ଟ

ବୁର୍ଲା,ଏନ୍ଏନ୍ଏସ୍: ବୁର୍ଲା ଭୀମସାରରେ ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ଛାତ୍ରୀ ନିବାସର ୩ ତାଲା ରୁ ଡ଼େଇଁ ଜଣେ ପ୍ରଥମବର୍ଷ ଏମବିବିଏସ୍ ଛାତ୍ରୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।

ସେହି ଛାତ୍ରୀ ଜଣଙ୍କ ବିଶାଖାପାଟଣାର ହୋଇଥିବା ସୁଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ହେଲେ ସବୁଠାରୁ ବଡ଼ କଥା ହେଲା ଅଳ୍ପକେ ଛାତ୍ରୀ ଜଣଙ୍କ ଜୀବନ ବଚିଂଯାଇଛି କିନ୍ତୁ ଗୁରୁତର ଅବସ୍ଥାରେ ଆଇସିୟୁରେ ସେ ଭର୍ତ୍ତି ହୋଇଛନ୍ତି ।

କିନ୍ତୁ ଏପରି କାଣ୍ଡ ସେ କଣ ପାଇଁ କଲେ ? ଏହା ପଛରେ କଣ ରହିଛି କାରଣ ? ପ୍ରେମ ନା’ ଆଉ କିଛି ରହସ୍ୟ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ସୁଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । କିଛି ଛାତ୍ରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି ।