କଟକ,ଏନ୍ଏନ୍ଏସ୍: ପୁଅ ସାଜିଲା ପିଶାଚ। ନିଜ ଜନ୍ମକଲା ମା’କୁ ନିଜ ହାତରେ କଟୁରିରେ ହାଣି ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ତୁଳସୀପୁର ଶ୍ରୀବିହାର କଲୋନୀରେ।
ସୂଚନା ଅନୂସାରେ ଆଜି ସକାଳେ ସାମନ୍ୟ କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏହାପରେ ପୁଅ ସଙ୍ଗେ ସଙ୍ଗେ ଉତକ୍ଷିପ୍ତ ହୋଇ ଘରୁ କଟୁରି ଆଣି ନିଜ ମା’କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରିଥିଲା।
ଏହାପରେ ପରିବାର ଲୋକ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ପୁଅକୁ କାବୁ କରିଥିଲା। ମୃତ ମହିଳାଙ୍କ ନାମ ପରେଶ୍ କୁମାରୀ ଭଞ୍ଜଦେଓ ଓ ସେ କନିକା ରାଜାଙ୍କ ନାତୁଣୀ ବୋଲି ଜଣାପଡିଛି। ତେବେ ହତ୍ୟାକାରୀ ପୁଅକୁ କଟକ ବିଡାନାସୀ ପୋଲିସ୍ ଅଟକ ତଦନ୍ତ ଆରମ୍ଭ କରିଛି।