ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ସମ୍ମାନ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ । ସର୍ବମୋଟ ୩୮୪ ଜଣଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ସେହି ତାଲିକାରେ ନୀରଜ ଚୋପ୍ରାଙ୍କୁ ସ୍ଥାନ ମିଳିଛି ।

ସୂଚନାଯୋଗ୍ୟ, ୭୩ତମ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ୩୮୪ ଜଣଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯିବ । ଏଥିରେ ୧୨ ସୌର୍ଯ୍ୟ ଚକ୍ର, ୨୯ ପରମ ବିଶିଷ୍ଟ ସେବା ପଦକ, ୪ ଉତ୍ତମ ଯୁଦ୍ଧ ସେବା ପଦକ, ୫୩ ଅତି ବିଶିଷ୍ଟ ସେବା ପଦକ ଓ ୧୩ ଯୁଦ୍ଧ ସେବା ପଦକ ସାମିଲ ରହିଛି ।