ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ଆରପିଏନ୍ ସିଂହ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବଡ଼ ନେତା ଆରପିଏନ୍ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ୟୁପି ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ୟୁପି ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ ।
ବିଜେପିରେ ଯୋଗ ଦେବା ପରେ ଆରପିଏନ୍ ସିଂହ କହିଛନ୍ତି ଯେ, ୩୨ ବର୍ଷ ଧରି ମୁଁ ଗୋଟିଏ ପାର୍ଟିରେ ରହିଲି । କିନ୍ତୁ ମୁଁ ଯେଉଁ ପାର୍ଟିରେ କାମ କରିଥିଲେ ଏବେ ସେ ପାର୍ଟି ଆଉ ପୂର୍ବଭଳି ହୋଇ ରହିନାହିଁ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରନିର୍ମାଣ ପାଇଁ ଯାହା କରିଛନ୍ତି ତାହା ମୋତେ ବେଶ୍ ପ୍ରଭାବିତ କରିଛି ।