ଶ୍ୟାମସୁନ୍ଦର ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ; ଖୋର୍ଦ୍ଧା ଏସ୍‌ଏସ୍ କ୍ଲବ୍ ଚାମ୍ପିଅନ୍

କଣାସ,ଏନ୍‌ଏନ୍‌ଏସ୍‌: ବ୍ଲକ୍ ଅନ୍ତର୍ଗତ ଆଳିବାଡ଼ ପଞ୍ଚାୟତର ଗୁଆଡ଼ିଆ ଗ୍ରାମରେ ୭ମ ବାର୍ଷିକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ୍ ଉ୍‌ଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ୬ଟି ଭଲିବଲ ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ଏସ୍‌ଏସ୍ କ୍ଲବ୍ ଖୋର୍ଦ୍ଧା ଏବଂ ଶିକ୍ଷେତ୍ର କ୍ଲବ୍ ପୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏସ୍‌ଏସ୍ କ୍ଲବ୍ ଖୋର୍ଦ୍ଧା ୩/୨ ପଏଣ୍ଟରେ ଶିକ୍ଷେତ୍ର କ୍ଲବ୍ ପୁରୀକୁ ହରାଇ ଚାମ୍ପିଅନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଶାନ୍ତି ଆନନ୍ଦ ଆଶ୍ରମର ସନ୍ୟାସୀ ବନବିହାରୀ ଦାଶ ମହାରାଜ, ସମାଜସେବୀ ଲିଙ୍ଗରାଜ ସ୍ୱାଇଁ, ସରପଞ୍ଚ ପଦ୍ମନାଭ ପରିଡ଼ା, କୃଷ୍ଣଚନ୍ଦ୍ର ସାହୁ, ଡମ୍ବରୁଧର ସାହୁ, ସମାଜସେବୀ ସୂର୍ଯ୍ୟକାନ୍ତ ଦାସ ରାୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ରନର୍ସ ଦଳକୁ କପ୍ ସହିତ ମାନପତ୍ର ପ୍ରଦାନ କରିଥିଲେ।