ବାଏଜୁସ-ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ର ମିଳିତ ପ୍ରୟାସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଶ୍ୱର ଅଗ୍ରଣୀ ଏଡ୍‌ଟେକ କମ୍ପାନୀ ବାଏଜୁସ, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ତଥା ବଞ୍ଚିତ ପିଲାମାନଙ୍କ ଜୀବନ ଉପରେ ସକାରତ୍ମକ ପ୍ରଭାବ ପକାଇବା ପାଇଁ ଏହାର ଲକ୍ଷ୍ୟକୁ ଦୃଢ କରିବା ପ୍ରୟାସରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ସହବନ୍ଧିତ ହୋଇଛି।

ବାଏଜୁସର ସାମାଜିକ ପଦକ୍ଷେପ ପ୍ରୟାସ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଅଧୀନରେ ଆରମ୍ଭ ହୋଇଥିବା ଏହି ସହବନ୍ଧିତା ବିଦ୍ୟାଳୟଗୁଡିକ ଆଂଶିକ ବନ୍ଦ ରହିଥିବାବେଳେ ମଧ୍ୟ ଦେଶର ଦୂରସ୍ଥ ଅଞ୍ଚଳ ସମେତ ବିଭିନ୍ନ ରାଜ୍ୟରେ ପ୍ରାୟ ୨ ଲକ୍ଷ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାର ନିରନ୍ତରତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ସହଯୋଗ ଦ୍ୱାରା ବାଏଜୁସ୍ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଷ୍ଟ୍ରିମିଂ ଲାଇସେନ୍ସ ଏବଂ ସ୍ମାର୍ଟ ଶ୍ରେଣୀଗୃହ ଯୋଗାଇ ଉଚ୍ଚ-ଗୁଣାତ୍ମକ ଏବଂ ଟେକ୍ନୋଲୋଜି ଚାଳିତ ଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ ।