ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲ ପକ୍ଷରୁ କିଚେନ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯାହାକୁ ନେଇ ମହିଳା ମାନଙ୍କର ପ୍ରତିଭାକୁ ନେଇ କିଭଳି ଭାବରେ ଲୋକ ଲୋଚନକୁ ଆସିବ ସେନେଇ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା। ତେବେ ଏଥିରେ ପ୍ରଥମ ସ୍ଥାନ ପୁଷ୍ପାଞ୍ଜଳି ବୁଡେକ, ଦ୍ୱିତୀୟ ସ୍ଥାନ ସୁଦେଷ୍ଣ। ମିଶ୍ର, ତୃତୀୟ ସ୍ଥାନ ବର୍ଷା ରାନୀ ପୁରୋହିତଙ୍କୁ ବିଜୟିତା ଭାବେ ଘୋଷଣା କରି ଟ୍ରଫି ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଦୀପି ପନୂଆ ପରିଚାଳନା କରିଥିବା ବେଳେ କ୍ୟାମେରା ଭୁପିନ୍ଦ୍ର ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ। ସଭାପତି ତରୁଣ ବେହେରା ଓ ସମ୍ପାଦକ ଅଜିତ କୁମାର ସାହୁ ରହି ଥିବା ବେଳେ ସଇଁନ୍ତଳା ଜୀବନ ଜ୍ୟୋତି ମେଡ଼ିକାଲର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।