ନୂଆପଡା,ଏନ୍ଏନ୍ଏସ୍: ଦିନିକିଆ ନୂଆପଡା ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ। ମହାନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ପ୍ରଥମ ଥର କରି ସେ ନୂଆପଡା ଗସ୍ତରେ ଯାଇଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ, ରବିବାର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏସପି ଅଫିସରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ସହ ଜିଲ୍ଲାର ସୁରକ୍ଷା ନେଇ ଆଲୋଚନା କରିଥିଲେ।
ସେହିପରି ବିଗତ ଦିନରେ ମାଓବାଦୀ-ଯବାନ ମଧ୍ୟରେ ଗୁଳି ବିନିମୟରେ ଯବାନଙ୍କ ବିଜୟକୁ ନେଇ ପୁଲିସକୁ ଧନ୍ୟବାଦ ଦେଇଥିଲେ। ସେପଟେ ଆଗାମୀ ଦିନରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିଭଳି ସୁରକ୍ଷିତ ଭାବେ ସମାପନ କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି।