ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ପଦରୁ ଇସ୍ତଫାଦେଲେ ବିରାଟ କୋହଲି। ଶନିବାର ବିରାଟ ଟ୍ବିଟ୍‌ ଯୋଗେଁ ଏହି ଘୋଷଣା କରିଛନ୍ତି। ଗତବର୍ଷ କୋହଲି, ଟି-୨୦ କ୍ୟାପଟେନ ଛାଡିଥିଲେ। ଏହାପରେ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ଜଣେ କ୍ୟାପଟେନ ଦର୍ଶାଇ ବିସିସିଆଇର ଚୟନକର୍ତ୍ତା କମିଟି ତାଙ୍କୁ ଓଡ଼ିଆଇ ନେତୃତ୍ବରୁ ମଧ୍ୟ ମୁକ୍ତ କରିଥିଲା।

ବିରାଟ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ” ଟିମକୁ ସଠିକ୍‌ ଦିଗରେ ନେବାକୁ ଦୀର୍ଘ ୭ ବର୍ଷ ମୁଁ କଠିନ ପରିଶ୍ରମ କରିଛି। ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଦାୟିତ୍ବ ତୁଲାଇଛି। ସବୁ ଜିନିଷର ଶେଷ କେବେ ନା କେବେ ହୋଇଥାଏ, ଭାରତୀୟ ଟିମର ଟେଷ୍ଟ କ୍ୟାପଟେନ ପଦ ଛାଡିବା ସମୟ ଆସିଯାଇଛି।

ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି, ମାତ୍ର କୌଣସି ସ୍ଥିତିରେ ବିଶ୍ବାସ କମ୍‌ ହୋଇନାହିଁ। ମୁଁ ସର୍ବଦା ସବୁ ଜିନିଷରେ ୧୨୦ ପ୍ରତିଶତ ଦେବାକୁ ବିଶ୍ବାସ କରେ। ଯଦି ମୁଁ ଏପରି କରିନଥାନ୍ତି, ତେବେ ଏହା ଠିକ୍‌ ହୋଇନଥାନ୍ତା ବୋଲି ଅନୁଭବ ହୋଇଥାନ୍ତା। ମୋ ହୃଦୟରେ ପୂର୍ଣ୍ଣ ସ୍ପଷ୍ଟତା ରହିଛି, ମୁଁ ନିଜର ଟିମ ପାଇଁ ବେଇମାନ ହୋଇପାରିବିନି।”