୪ ଦିନ ହରିଶଙ୍କର ମନ୍ଦିର ବନ୍ଦ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ଏନେଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଚିଠି ମାଧ୍ୟମରେ ଜଣାଇଛନ୍ତି। ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ହରିଶଙ୍କରରେ ପ୍ରବଳ ଜନସମାଗମ ହୋଇଥାଏ। ତେଣୁ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିବାବେଳେ ପୂଜକଙ୍କ ଦ୍ୱାରା ନୀତିକାନ୍ତି ହେବ ବୋଲି ସୂଚନା ମିଳିଛି।