କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ଚର୍ଚ୍ଚା

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଜାରି ରଖିଛନ୍ତି। ଉକ୍ତ ବୈଠକ ଭିଡିଓ କନଫ୍ରେନ୍ସିଂ ଜରିଆରେ ହେଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଆଜି ହିଁ ପାଖାପାଖି ଅଢ଼େଇ ଲକ୍ଷ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କରୋନା ସ୍ଥିତି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗାଣ ବ୍ୟବସ୍ଥାରେ ହେଉଥିବା ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ଓମିକ୍ରନର ପ୍ରସାର ଓ ଜନସ୍ୱାସ୍ଥ୍ୟ ପ୍ରଭାବର ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ।