ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ୀସ୍ଥିତ ଦୋମୋହାନୀରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଟନାରୁ ଗୌହାଟୀ ଯାଉଥିବା ବିକାନିର ଏକ୍ସପ୍ରେସର କିଛି ବଗି ସଂଧ୍ୟା ୫ଟାରେ ଲାଇନଚ୍ୟୁତ ହୋଇଥିଲା। ଫଳରେ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରକେ ସ୍ଥାନୀୟ ଲୋକେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।