ଆପ୍ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବେ ଜନତା

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ନିଜ ମତାମତ ଦେବାକୁ ସାଧାରଣ ଲୋକଙ୍କୁ ଆମ ଆଦମି ପାର୍ଟି ଦାୟିତ୍ୱ ପ୍ରଦାନ କରିଛିି। ସେଥିପାଇଁ ୭୦୭୪୮୭୦୭୪୮ ନମ୍ବରରେ କଲ୍, ଏସଏମଏସ ଓ ହ୍ୱାଟ୍ସଆପ୍ କରିବାକୁ କୁହାଯାଇଛି। ଏନେଇ ପାର୍ଟି ତରଫରୁ ଏକ ପୋଷ୍ଟର ଲଞ୍ଚ କରାଯାଇଛି। ଟେଲି ଭୋଟିଂ ଆଧାରରେ ସିଏମ୍ ପ୍ରାର୍ଥୀର ନାଁ ପ୍ରକାଶ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ରାଜନୀତିରେ ପ୍ରଥମଥର ପାଇଁ କୌଣସି ପାର୍ଟି ଜନତାଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବାକୁ କହୁଥିବା କେଜ୍ରିୱାଲ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଘୋଷଣା ପରେ ଆପ୍ ସାଂସଦ ଭଗବତ ମାନଙ୍କୁ ଝଟକା ଲାଗିପାରେ। କାହିଁକିନା ଦୀର୍ଘ ଦିନରୁ ଭଗବତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆପ୍ ପାର୍ଟିର ପ୍ରବଳ ଦାବିଦାର ଥିଲେ।