Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩୬ ଘଣ୍ଟାରେ ଆମାଜନ୍ ବିକିଲା ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩୬ ଘଣ୍ଟାରେ ଆମାଜନ୍ ବିକିଲା ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍

ନୂଆଦିଲ୍ଲୀ,ଏଜେନ୍ସି: ଆର୍ଥିକ ମାନ୍ଦାବସ୍ଥା ଏବଂ ବିଭିନ୍ନ ଦାବି ମଧ୍ୟରେ ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀ ଆମାଜନ୍ ଏବଂ ଫ୍ଲିପ୍କାର୍ଟ ତରଫରୁ ପାର୍ବଣ ସେଲ୍ ଜାରି କରାଯାଇଛି। ଏହି ସେଲ୍ରେ ଉଭୟ କମ୍ପାନୀ ତରଫରୁ ଅନେକ ସାମଗ୍ରୀରେ ଭାରିମାତ୍ରାର ରିହାତି ଉପଲବ୍ଧ କରାଯାଉଥିବାବେଳେ ଗ୍ରାହକମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଶନିବାର ଠାରୁ ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ ହୋଇଛି ଏବଂ ଆରମ୍ଭ ହେବାର ମାତ୍ର ୩୬ ଘଣ୍ଟା ମଧ୍ୟରେ କମ୍ପାନୀ ଏହାର ପ୍ଲାଟଫର୍ମରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍ ବିକ୍ରି କରିଛି ବୋଲି ସୂଚିତ କରିଛି।

ସେହିପରି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଫ୍ଲିପକାର୍ଟ ଏହାର ବିଗ୍ ବିଲିୟନ୍ ଡେଜ୍ ସେଲ୍ ଅନ୍ତର୍ଗତ ପ୍ରଥମ ଦିନରେ ହିଁ ଦୁଇଗୁଣ ବିକ୍ରି କରିଥିବା ଉଲ୍ଲେଖ କରିଛି। ମାତ୍ର ଉଭୟ କମ୍ପାନୀ ତରଫରୁ ମୋଟ ବିକ୍ରି ସମ୍ବନ୍ଧରେ ସୂଚିତ କରାଯାଇନାହିଁ। ଉଭୟ କମ୍ପାନୀର ଏହି ସେଲ୍ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପାର୍ବଣରେ ଉଭୟ ଇ-ବାଣିଜ୍ୟ କମ୍ପାନୀ ୫୦୦ କୋଟି ଡଲାର ପର୍ଯ୍ୟନ୍ତ ବିକ୍ରି କରିପାରନ୍ତି ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆମାଜନ୍ ଗ୍ଲୋବାଲର ବରିଷ୍ଠ ଉପାଧ୍ୟକ୍ଷ ଏବଂ ଭାରତ ପ୍ରମୁଖ ଅମିତ ଅଗ୍ରୱାଲ୍ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ଉପଲବ୍ଧ କରାଯାଇଥିବା ରିହାତି ଅନ୍ତର୍ଗତ ଗ୍ରାହକମାନେ ରେକର୍ଡ ସଂଖ୍ୟକ ୱାନ୍ ପ୍ଲସ୍, ସାମସଙ୍ଗ୍ ଏବଂ ଆପଲ୍ ଭଳି ପ୍ରିମିୟମ୍ ବ୍ରାଣ୍ଡର ମୋବାଇଲ ଫୋନ୍ କ୍ରୟ କରିଛନ୍ତି। ସେହିପରି ବଡ଼ ସାମଗ୍ରୀ ଏବଂ ଟିଭି ବିକ୍ରିରେ ସେଲ୍ ଆରମ୍ଭ ହେବାର ୩୬ ଘଣ୍ଟା ମଧ୍ୟରେ ୧୦ ଗୁଣ ବୃଦ୍ଧି ହୋଇଛି।

ଏହାବ୍ୟତୀତ ଅନ୍ୟ ଦିନଗୁଡ଼ିକ ଅପେକ୍ଷା ସେଲ୍ ସମୟରେ ଫ୍ୟାସନରେ ୫ ଗୁଣ, ସୌନ୍ଦର୍ଯ୍ୟ ସାମଗ୍ରୀରେ ୭ ଗୁଣ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ୩.୫ ଗୁଣ ବୃଦ୍ଧି ହୋଇଛି। ବିକ୍ରି କରିଥିବା ଲୋକଙ୍କ ମଧ୍ୟରେ ୫୦% ଗ୍ରାହକ ଟିୟର୍ ୨ ଏବଂ ଛୋଟ ସହରର ହୋଇଥିବାବେଳେ ପ୍ରଥମ ୩୬ ଘଣ୍ଟା ମଧ୍ୟରେ ପ୍ରାୟ ୪୨,୫୦୦ ବିକ୍ରେତା ଅତି କମରେ ଗୋଟିଏ ଲେଖାଏଁ ଅର୍ଡର ପ୍ରାପ୍ତ କରିଛନ୍ତି।