ପାଣି ପିଇବା ପରେ ଆପେଆପେ ନଷ୍ଟ ହେବ ପ୍ଲାଷ୍ଟିକ୍ ବୋତଲ !

ନୂଆଦିଲ୍ଲୀ,ଏଜେନ୍ସି: ଖାଦ୍ୟପେୟରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକରୁ ପରିବେଶ ସମେତ ଲୋକମାନଙ୍କର ଜୀବନ ପ୍ରତି ବିପଦ ରହିଛି। ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଏଥିରେ ଥିବା କେମିକାଲ୍ ଯୋଗୁଁ ଅନେକ ରୋଗ ହେଉଥିବା କୁହାଯାଉଛି। ମାତ୍ର ବର୍ତ୍ତମାନ ପରଠାରୁ ପ୍ଲାଷ୍ଟିକ୍ ପାଣି ବୋତଲ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ବୋତଲବନ୍ଦ ପାଣି ପାଇଁ ଜୈବିକ ମିଶ୍ରଣ ପ୍ଲାଷ୍ଟିକର ବ୍ୟବହାର କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ନିର୍ମିତ ପାଣି ବୋତନ ଧାର୍ଯ୍ୟ ସମୟ ମଧ୍ୟରେ ଆପେଆପେ ନଷ୍ଟ ହୋଇଯିବ। ଏହାର ଉପଯୋଗ ଦ୍ୱାରା ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। ବର୍ତ୍ତମାନ ୟୁରୋପ ଏବଂ ଏଭଳି ଅନେକ ଦେଶରେ ଜୈବିକ ମିଶ୍ରଣ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ଜନୈକ ଅଧିକାରୀ କହିଛନ୍ତି ଯେ, ବୋତଲବନ୍ଦ ପାଣି ପାଇଁ ଜୈବିକ ମିଶ୍ରଣ ପ୍ଲାଷ୍ଟିକ୍ର ବ୍ୟବହାର ସମ୍ବନ୍ଧିତ ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ରହିଛି। ଏହି ପ୍ଲାଷ୍ଟିକ୍ ୯୯% ପର୍ଯ୍ୟନ୍ତ ମାଟିରେ ମିଶିଯି। ତେବେ ଏହା କେତେ ସମୟ ମଧ୍ୟରେ ନଷ୍ଟ ହୋଇ ମାଟିରେ ମିଳେଇଯିବ, ସେନେଇ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ସିପେଟ୍) ଯାଞ୍ଚ୍ କରୁଛି।