ବାରିପଦା,ଏନ୍ଏନ୍ଏସ୍: ଦୀର୍ଘ ୧୦ ଘଣ୍ଟା ପରେ କୁଅରେ ଫଶିଥିବା ଛୁଆ ହାତୀ ଉଦ୍ଧାର ହୋଇଛି। ବନ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ସଫଳ ହୋଇଛି।
କୁଅରେ ପାଣି ଭର୍ତ୍ତି କରିବା ପରେ ହାତୀ ଛୁଆକୁ ଉପରକୁ ଉଠାଇ ନେଲେ ହାତୀପଲ। ବାରିପଦା ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସୁରେଇଡିହି ଗାଁରେ ଗତକାଲି ବିଳମ୍ବିତ ରାତିରେ କୂଅ ଭିତରେ ଖସି ପଡ଼ିଥିଲା ଏକ ଛୁଆ ହାତୀ।
ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଥିଲେ। ଫଳରେ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ ଟିମ୍। ସ୍ଥିତି ଉପରେ ନଜର ରଖିଥିଲେ ବନ କର୍ମଚାରୀ।