ଆଜି ଅପରାହ୍ନ ସାଢେ ୪ଟାରେ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ,ହୋଇପାରେ କିଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଆଜି କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ମୋଦୀଙ୍କ ସମୀକ୍ଷା ବୈଠକ ବହୁ ଗୁରୁତ୍ୱ ବହନ କରୁଛି ।

ଦେଶରେ କରୋନା ମାମଲା ଲଗାତର ଭାବେ ବଢିବାରେ ଲାଗିଛି । ଗତ ୪ ଦିନ ହେଲା ଲକ୍ଷେ ଉପରେ ଦୈନିକ ସଂକ୍ରମଣ ବାହାରୁଛି । ଏହାମଧ୍ୟରେ ଦେସବାସୀ ପୁଣି ଲକଡାଉନ୍, ସଟଡାଉନ୍ ଆଦି ନେଇ ଚିନ୍ତାରେ ପଡିଛନ୍ତି ।

ତେବେ ଆଜି ଅପରାହ୍ନ ସାଢେ ୪ଟାରେ ପ୍ରଧାନମନ୍ତ୍ରୀ କଣ ସମୀକ୍ଷା କରିବେ ସେଥିପ୍ରତି ସମସ୍ତଙ୍କ ନଜର ଅଛି ।

 ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୫୯୬୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।