ଏନ୍.ଡି.ଏ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୮୪ ତମ ସ୍ଥାନରେ ଚକ୍ରଧାରୀ ଆରିୟାନ୍, ବ୍ରହ୍ମପୁରରେ ସମ୍ୱର୍ଦ୍ଧନା

ରାୟଗଡା,ଏନ୍ଏନ୍ଏସ୍: ସର୍ବଭାରତୀୟ ନ୍ୟାସନ୍ୟାଲ୍ ଡିଫେନ୍ସ ଏକୋଡେମି (ଏନ୍.ଡି.ଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪ତମ ସ୍ଥାନ ହାସଲ କରିଛନ୍ତି ରାୟଗଡା ଜିଲ୍ଲାର ବିଦ୍ୟାର୍ଥୀ ଏସ୍. ଚକ୍ରଧାରୀ ଆରିୟାନ ରାଜ୍। ଆରିୟାନ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏସ୍.ଏସ୍.ବି ସାକ୍ଷାତକାର ଏବଂ ଶାରିରୀକ ପରୀକ୍ଷାରେ ନିଜର ଏଭଳି ସଫଳତା ହାସଲ କରିଛନ୍ତି। ବିଦ୍ୟାର୍ଥୀ ଜଣଙ୍କ ଏସ୍.ଡି.ଏରେ କ୍ୟାରିଅର କରିବାପାଇଁ ଆଗ୍ରହ ପ୍ରକାଶ କରିବାପରେ ବ୍ରହ୍ମପୁର ସହରକୁ ଆସି ସାମନ୍ତରା ଏକୋଡୋମୀରେ ତାଲିମ ନେଇଥିଲେ। ଏହାପରେ ମିଳିଥିବା ସଫଳତାକୁ ନେଇ ଆରିୟାନ୍ ଏବଂ ତାଙ୍କ ପରିବାର ବେଶ ଖୁସି ରହିଥିବା ବେଳେ ଏଭଳି ସଫଳତାକୁ ନେଇ ବ୍ରହ୍ମପୁର ଠାରେ ଆରିୟାନ୍ ଏବଂ ତାଙ୍କ ପରିବାରକୁ ସମ୍ୱର୍ଦ୍ଧିତ କରାଯାଇଛି।

ସାମନ୍ତରା ଏକୋଡମୀ ପରିସରରେ ଏହି ଅବସରରେ ୮୪ ତମ ସ୍ଥାନରେ ହାସଲ କରିଥିବା ଚକ୍ରଧାରୀ ଆରିୟାନ୍ ଏବଂ ତାଙ୍କୁ ତାଲିମ ଦେଇ ଆସୁଥିବା ଦେବେ ଶସାମନ୍ତରାୟଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସିରମାହୋଲ ସୃଷ୍ଟି ହୋଇଛି। ଅତି ନିମ୍ନ ମଧ୍ୟବିତ୍ତ ପରିବାରରେ ପିତା ଏସ୍.ସୁରୀବାବୁ ଓ ମା ଏସ୍.ଭାଗ୍ୟଲକ୍ଷ୍ମୀଙ୍କ ଔରସରୁ ଜନ୍ମ ନେଇଥିବା ଆରିୟନ୍ ପ୍ରଥମରୁ ୧୦ ପର‌୍ୟ୍ୟନ୍ତ ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ ଲକ୍ଷ୍ମୀପତି ସଂଘାଣିଆ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ପିଲାଟି ଦିନରୁ ସେ ଅତି ନମ୍ର ଓ ମିଷ୍ଟଭାଷୀ ସ୍ଵଭାବର ରହିଥିବା ବେଳେ ସଫଳତାର ସହ ମାଟ୍ରିକ ପାସ କରିବାପରେ ବିଶାଖାପାଟଣାମର ଏକ ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ପିତା ସ୍ଵଛଳ ନଥିବା ସାତ୍ଵେ ବାପା ଆରିୟନଙ୍କ ଭବିଷ୍ୟତ ଗଠନ ନେଇ ବେଶ ଚିନ୍ତିତ ଥିଲେ।

ପରେ ନ୍ୟାସନାଲ ଡିଫେଏନସ୍ ଏକାଡେମୀ ପରୀକ୍ଷା ପାଇଁ ଆରିୟନ୍ ଫର୍ମ ଦାଖଲ ପରେ ନିୟମିତ ପାଠପଢା ଆରମ୍ଭ କରିଥିଲେ। ତେବେ ସର୍ବଭାରତୀୟ ସ୍ତରରେ ମୋଟ ୫ ଲକ୍ଷ ପିଲା ପରୀକ୍ଷାରେ ବସିଥିବା ବେଳେ ମାତ୍ର ୮ ଶହ ପିଲା ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ। ଶେଷରେ ସାକ୍ଷାତକାର ପରୀକ୍ଷାରେ ଆରିୟନ୍ ସର୍ବଭାରତୀୟ ସ୍ତରରେ ୮୪ ତମ ସ୍ଥାନ ପାଇଥିଲେ। ଏପରି ସଫଳତା ଯୋଗୁଁ ଆରିୟନ ପରିବାର ଓ ଶୁଭେଚ୍ଛୁଙ୍କୁ ସେ ଧନ୍ୟବାଦ ଆର୍ପଣ କରିଛନ୍ତି। ଅନ୍ୟପଟେ ଭାରତୀୟ ପ୍ରଶାସନିକ ସେବାରେ ମନବଳାଇଥିବା ଆରିୟନ୍ ଏବେ ଡିଫେନସ ଏକାଡେମୀ ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ଦେଶ ସେବା ପାଇଁ କାମ କରିବି ବୋଲି କହିଛନ୍ତି।