ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଲୋକସଭା ସଦସ୍ୟା ସଙ୍ଗିତା କୁମାରୀ ସିଂଦେଓଙ୍କ ପାଟଣାଗଡ଼ରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଲୋକସଭାରେ ପ୍ରସ୍ତାବ ରଖିଥିଲେ। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଗତ ୧୩ ତାରିଖରେ ପାଟଣାଗଡ଼ରେ ସ୍ଥାନ ନିରୂପଣ ପାଇଁ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ କମିଶନର ଏ ଜ୍ୟୋତିକୁମାରଙ୍କ ନେତୃତ୍ୱରେ ୩ଜଣିଆ ପ୍ରତିନିଧି ପାଟଣାଗଡ଼ ଆସି ବିଦ୍ୟାଳୟକୁ ଆବଶ୍ୟକ ପଡୁଥିବା ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରତିନିଧି ଦଳରେ ବିକ୍ରାନ୍ତ ନାୟକ ନିର୍ବାହୀ ଅଧିକାରୀ, ସିପି ଡବ୍ଲ୍ୟୁଡି ସମ୍ବଲପୁର ଓ ଆରେକ ପାଣିଗ୍ରାହୀ ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିର ସହ ପାଟଣାଗଡ଼ ତହସିଲଦାର ସମେସ୍ତ ମିଶି ପାଟଣାଗଡ଼ ନିକଟସ୍ଥ କଉଡ଼ିଆଠାରେ ଥିବା ୧୦ ଏକର ସରକାରୀ ଜାଗା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଆଜି ପୁଣି ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ଲୋକସଭା ସଦସ୍ୟା ସଙ୍ଗିତା କୁମାରୀ ସିଂଦେଓ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ସହ କେନ୍ଦ୍ରୀୟ ବିଦ୍ୟାଳୟର ଉଚ୍ଚପଦସ୍ଥ ଅଧିକାରୀମାନେ ସ୍ଥାନ ବୁଲି ଦେଖିଥିଲେ। ପରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ସ୍କୁଲ ଖୋଲିବା ସ୍ଥାନ ଦେଖି ସନ୍ତୋଷ ପ୍ରକାଶ କରିଥିଲେ।