ପୁଲୱାମାରେ ସୁରକ୍ଷା ବାହିନୀର ଆତଙ୍କବାଦୀଙ୍କ ବିରୋଧୀ ଏନ୍‌କାଉଣ୍ଟର ଜାରି

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ଚନ୍ଦଗାମ ଅଞ୍ଚଳରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ସେନାକୁ ଆତଙ୍କବାଦୀ ବିଚରଣ କରୁଥିବା ନେଇ ସୂଚନା ମିଳିଥିଲା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚନ୍ଦଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଯୋଜନା କରୁଥିବା ବେଳେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀର ଯମାନମାନେ ପହଞ୍ଚିଛନ୍ତି। କଶ୍ମୀର ଜୋନ୍‌ ପୋଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଏନ୍‌କାଉଣ୍ଟର ଜାରି ରହିଛି।

ଘାଟୀରେ ଆତଙ୍କବାଦୀମାନେ ବାରମ୍ବାର ଅଘଟଣ ଘଟାଉଛନ୍ତି। ସୁରକ୍ଷା ବାହିନୀ ଦ୍ବାରା କଡ଼ା ଜବାବ ଦିଆଯିବା ସତ୍ତ୍ବେ ଆତଙ୍କବାଦୀମାନେ ସୁଧୁରୁ ନାହାନ୍ତି, ଫଳରେ ଏନ୍‌କାଉଣ୍ଟରରେ ଜୀବନ ହରାଉଛନ୍ତି।