ଭାରତରେ ବଢୁଛି କରୋନା: ଦିନକରେ ୫୦ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭାଇରସ୍‌ ପୁଣି ବଢ଼ିବାରେ ଲାଗିଛି। ଦେଶରେ ମଙ୍ଗଳବାର ୫୦ ହଜାରରୁ ଊର୍ଦ୍ଧ୍ବ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତାମିଲନାଡୁରେ ସ୍ଥିତି ଅଧିକ ଜଟିଳ ଦେଖାଯାଇଛି।

ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ବିହାର, ଓଡ଼ିଶା, ହିମାଚଳ ପ୍ରଦେଶ, କେରଳ, ଗୋଆ, ପଂଜାମ ଓ ତେଲେଙ୍ଗାନାରେ ୫୦ ହଜାରରୁ ଊର୍ଦ୍ଧ୍ବ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ସଂକ୍ରମଣର ଗତ ୨୪ ଘଣ୍ଟାର ଅପଡେଟ୍‌ ତାଲିକା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଜାରି କରାଯାଇଛି।

ମଙ୍ଗଳବାର ମହାରାଷ୍ଟ୍ରରେ ୧୮,୪୬୬, ଦିଲ୍ଲୀରେ ୫୪୮୧, ପଶ୍ଚିମବଙ୍ଗରେ ୯୦୭୩, କର୍ଣ୍ଣାଟକରେ ୨୪୯, ତାମିଲନାଡୁରେ ୨୭୩୧, ଗୁଜରାଟରେ ୨୨୬୫, ରାଜସ୍ଥାନରେ ୧୧୩୭, ଆନ୍ଧ୍ରପ୍ରଦେଶରେ ୩୩୪, ବିାହାରରେ ୮୯୩, ଓଡ଼ିଶାରେ ୬୮୦, ହିମାଚଳ ୨୬୦,, କେରଳରେ ୩୬୪୦, ପଂଜାବରେ ୧୦୨୭, ଗୋଆରେ ୫୯୦ ଓ ତେଲେଙ୍ଗାନାରେ ୧୦୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।