ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ଏଜେନ୍ସି: ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ନୂତନ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏଥିରେ ସ୍କୁଲ ଯିବାକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସ୍ୱଚ୍ଛାକୃତ ଭାବେ ଅଭିଭାବକଙ୍କ ଠାରୁ ପରାମର୍ଶ ନେଇ ସ୍କୁଲ ଯିବାକୁ ଅନୁମତି ଦିଆଯାଇଛି। ଶିକ୍ଷକଙ୍କ ଠାରୁ ପରାମର୍ଶ ନେବାପାଇଁ ସ୍କୁଲ ଯିବାବେଳେ ଅଭିଭାବକଙ୍କଠୁ ଲିଖିତ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ୬ଫୁଟର ଦୂରତାବଜାୟ ରଖିବାକୁ ଏସଓପିରେ ନିର୍ଦ୍ଦେଶ ରହିଛି। ଏହାସହ ସ୍କୁଲରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ। ମାତ୍ର ଅନଲାଇନ ପ୍ରକ୍ରିୟା ଜାରିରଖିବାକୁ ପରାମର୍ଶ ଦିଆଯାଇଛି।