ରାଜ୍ୟରେ ଆଉ ୯୧୧ କରୋନାରେ ସଂକ୍ରମିତ: ସଂଖ୍ୟା ୧୦ଲକ୍ଷ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୯୧୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୬ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୫୩୧ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮୦ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୫୨, କଟକରୁ ୮୮, ବାଲେଶ୍ୱରରୁ ୫୧, ଯାଜପୁରରୁ ୪୯, ମୟୁରଭଞ୍ଜରୁ ୩୮, କେନ୍ଦ୍ରାପଡ଼ାରୁ ୩୧, ପୁରୀରୁ ୩୦, ଜଗତସିଂହପୁରରୁ ୨୪, ଅନୁଗୁଳରୁ ୨୩, ନୟାଗଡ଼ରୁ ୧୯, ଢେଙ୍କାନାଳରୁ ୧୬, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨, ଦେଓଗଡ଼ ଓ କେଉଁଝରରୁ ୧୦ ଲେଖାଏଁ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮, ମାଲକାନଗିରି, ରାୟଗଡ଼ା, ବରଗଡ଼ ଓ କଳାହାଣ୍ଡରୁ ୭ ଲେଖାଏଁ, ଗଜପତି ଓ କୋରାପୁଟରୁ ୬ ଲେଖାଏଁ, ବଲାଙ୍ଗିରରୁ ୫, ଗଞ୍ଜାମ ଓ କନ୍ଧମାଳରୁ ୪ ଲେଖାଏଁ, ସୋନପୁରରୁ ୩ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮୪ ହୋଇଥିବାବେଳେ ୯ଲକ୍ଷ ୮୩ହଜାର ୨୪୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୨୮୯ଜଣଙ୍କର ମୃତ୍ୟୁ ଘଟିଛି ଓ ୯ହଜାର ୪୯୭ଜଣ ଚିକିତ୍ସିତ ହେଉଛନ୍ତି।