କରୋନାକୁ ହରାଇଲେ ୯୧ ବର୍ଷିୟ କାଶିନାଥ

କୋଟପାଡ଼,ଏନ୍ଏନ୍ଏସ୍: କରୋନାକୁ ହରାଇଲେ ୯୧ ବର୍ଷୀୟ ବୃଦ୍ଧ କାଶିନାଥ ପାଢୀ। କରୋନରେ ଆକ୍ରାନ୍ତ ହେବାପରେ ସେ ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୦ ଦିନର ଚିକିତ୍ସାପରେ ସେ ସୁସ୍ଥହୋଇ ଫେରିଛନ୍ତି। ସୂଚନା ଅନୁଯାୟୀ,କାଶିନାଥଙ୍କୁ ଅକ୍ଟୋବର ୨ରୁ ଜ୍ୱର ଓ କାଶ ହୋଇଥିଲା। ୫ ତାରିଖରେ ସ୍ୱାବ୍ ପରୀକ୍ଷା କରା ଯାଇ ଥିବାବେଳେ ତାଙ୍କର କୋଭିଡ୍ ପଜିଟିଭ ବାହାରିଥିଲା । ଚିକିତ୍ସା ପାଇଁ ସେ ଓ ଜୟପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୦ ଦିନର ଚିକିତ୍ସା ପରେ କାଶିନାଥ ସୁସ୍ଥ ହୋଇ ବୁଧବାର ଘରକୁ ଫେରିଛନ୍ତି। କରୋନାକୁ ଭୟ ନକରି ସାମ୍ନା କରିବାକୁ ପଡିବ, ସରକାର ଚିକିତ୍ସା ନିମନ୍ତେ ହସ୍ପିଟାଲରେ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି। ଦୃଢ ଇଛା ଶକ୍ତି ବଳରେ କରୋନାକୁ ପରାସ୍ତ କରି ପାରିଛି ବୋଲି ଶ୍ରୀ ପାଢୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।