ବ୍ରିଟେନର ୯୦ ବର୍ଷୀୟା ମହିଳା ନେଲେ ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ବ୍ରିଟେନରେ ଆଜିଠୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫାଇଜର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଜଣେ ୯୦ ବର୍ଷୀୟା ବ୍ରିଟିଶ ମହିଳାଙ୍କୁ ଦିଆଯାଇଛି। ମାଗରିଟ କୀନନ ନାମକ ଏହି ମହିଳା କରୋନା ଭ୍ୟାକ୍ସିନ ନେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି। ଉତ୍ତରୀ ଆୟରଲାଣ୍ଡର ଏନୀସ୍କିଲନରେ ରହୁଥିବା ମାଗରିଟ ଆଗାମୀ ମାସରେ ୯୧ତମ ଜନ୍ମଦିନ ପାଳନ କରିବେ।

କରୋନା ଟିକା ନେଇଥିବା କୀନନ କହିଛିନ୍ତି ଯେ, କରୋନା ଭ୍ୟାକ୍ସିନ ନେଇଥିବା ପ୍ରଥମ ବ୍ୟକ୍ତି ଭାବେ ସୌଭାଗ୍ୟ ଅର୍ଜନ କରିଥିବାରୁ ମୁଁ ଖୁବ୍ ଖୁସି ଅନୁଭବ କରୁଛି। ଏହା ମୋ ପାଇଁ ସବୁଠୁ ଭଲ ଦିନ। ଏହାର ଅର୍ଥ ମୁଁ ମୋ ପରିବାର ଓ ବନ୍ଧୁଙ୍କ ସହ ନୂଆବର୍ଷ ପାଳନ କରିପ।ରିବି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବ୍ରିଟେନ ଫାଇଜର ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଥିଲା।