୮ ଫୁଟର ଅଜଗର ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍ ଫୁଲପାହାଡ଼ି ଗ୍ରାମରେ ଆଜି ସକାଳେ ଏକ ୮ ଫୁଟର ଅଜଗରକୁ ଉଦ୍ଧାର କରି ବନ ବିଭାଗ ଜଙ୍ଗଲରେ ଛାଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳେ ଏକ ଅଜଗର ସାପକୁ ଗାଁ ନିକଟରେ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ। ପରେ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ସାହାରପଡ଼ା ଫରେଷ୍ଟର ମୋହିନୀ ମହାନ୍ତ ଏବଂ ସ୍ନେକ ହେଲ୍ପଲାଇନ ଗ୍ରାମରେ ପହଂଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।