ଦେବଗଡ଼ ଜିଲ୍ଲାରେ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲେକ୍ଷ ଆୟୋଜିତ ସମ୍ମଳିତ ପରେଡରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମାହାନ୍ତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ମାହାନ୍ତ ଓଡ଼ିଶା ପୁଲିସ ନିଷ୍ଠାପର ଭାବେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥିସହ ପୁଲିସ ଉପରେ ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ସେହିପରି ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବର୍ତ୍ତା ପାଠ କରିଥିଲେ।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବି ନାରାୟଣ ସି ଓଡ଼ିଶା ପୁଲିସର ପ୍ରତିଷ୍ଠା ଏବଂ ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଭାରପ୍ରାପ୍ତ ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାରାଣ୍ଡି ଓ ଡ୍ରିଲ ଇନ୍ସପେକ୍ଟର ପରକ୍ଷିତ ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ପରେଡରେ ଜିଲ୍ଲା ପୁଲିସର ମହିଳା ଓ ପୁରୁଷ ସଶସ୍ତ୍ରବାହିନୀ ଓ ୪ର୍ଥ ଆଇଆରବି ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ ଜିଲ୍ଲାର ଶ୍ରେଷ୍ଠ ଏଏସଆଇ ଭାବେ ରସାଂଚଳ ଦେହୁରୀ, ଶ୍ରେଷ୍ଠ ହାବିଲଦାର ଭାବେ ଋଦ୍ର ନାରାୟଣ ପ୍ରଧାନ, ଶ୍ରେଷ୍ଠ କନଷ୍ଟେବଳ ଭାବେ ବିଭତ୍ସ କୁମାର ପ୍ରଧାନ, ବାବୁଲୁ ଜେନା, ୪ର୍ଥ ଆଇଆରବିର ଡେପୁଟୀ ସୁବେଦାର ମାଘୁ ମୁଣ୍ଡା, ହାବିଲଦାର ମେଜର ପଞ୍ଚାରାମ ଗୁରୁଙ୍ଗ ଓ କନେଷ୍ଟବଲ ଗିରିଧାରୀ ଦେହୁରୀଙ୍କୁ ଅର୍ଥ ରାଶି ପ୍ରଦାନ ପୂର୍ବକ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାହାନ୍ତ ପୁରସ୍କୃତ କରିଥିଲେ।

ସେହିପରି କରୋନା ମହାମାରୀ ସମୟରେ ପ୍ଲାଜମା ଦାନ କରିଥିବା ଡେପୁଟୀ ସୁବେଦାର ପ୍ରଦୀପ କୁମାର ମୁଦୁଲି, ହାବିଲଦାର ଅମର ପ୍ରସାଦ ମୁଣ୍ଡୁ, କନଷ୍ଟେବଳ ସିଲୁ ପ୍ରଧାନ, ଉଦିତ କୁମାର ପ୍ରଧାନ, ଆତିଶ ବିଶ୍ୱାଳ, ମନୋଜ କୁମାର ଦେହୁରୀ, ସୁବୋଧ କୁମାର କୁଜୁର, ଯୋଗେନ୍ଦ୍ର ସାହୁ, ଦୁଷ୍ମନ୍ତ କୁମାର ଦେହୁରୀ, ମନୋଜ କୁମାର ବେହେରା, ହୋମଗାର୍ଡ ଅରୁଣ ଓଦାବର, ହେମନ୍ତ ନାଏକ, ପଞ୍ଚାନନ ଦେହୁରୀ, ପ୍ରହଲ୍ଲାଦ ସାହୁ ଓ ବିଜୟ କୁମାର ଭୋଇଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ କର୍ମଚାରୀ, ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ଓ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।