ରାଜଧାନୀରୁ ପୁଣି ୮୫୧ କରୋନା ପଜିଟିଭ ଚିହ୍ନଟ, ୪୨୯ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଆଉ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୨୯୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩୬୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫୯ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ୬୯୧୩ଟି କେସ ଆକ୍ଟିଭ ରହିଛି। ଆଜିର ଆକ୍ରନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୫୫ ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ମୋଟ୍ ୪୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।