୮୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଆଜି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତ ର ଉପର ମୁଣ୍ଡ ରେ ଥିବା କେତୋଟି ଗ୍ରାମ ରେ ହେଉଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଅଛି।ଏହି ଗଂଜେଇ ଚାଷକୁ ମାଲକାନଗିରି ଅବକାରୀ ବିଭାଗ, ଚିତ୍ରକୋଣ୍ଡା ଥାନା ଓ ଚିତ୍ରକୋଣ୍ଡା ତହସିଲ ର ମିଳିତ ଉଦ୍ୟମରେ ଗଞ୍ଜେଇ ଚାଷ ଉପରେ ଚଡାଉ କରାଯାଥିଲା। ନାକାମାମୁଢି ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯଥା:- ସିନ୍ଧିଗୁଡା, ଖଡିକାଜୁଡି, ଗାଡିଗୁଡା ଗ୍ରାମରେ ହେଉଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି।

ପାଖାପାଖି ୫୨ ଏକର ଜମିରେ ଏହି ଗଂଜେଇ ଚାଷ କରାଯାଇଥିଲା। ଏବଂ ଏହି ଜମିରେ ୮୩,୨୦୦ ଗଂଜେଇ ଗଛ ଗୁଡିକୁ ଆଧୁନିକ ଯନ୍ତ୍ରପାତି ସାହାର୍ୟ୍ୟ ରେ କାଟିସଫା କରିବା ସହ କଟା ଗଞ୍ଜେଇ ଗଛଗୁଡିକୁ ନିଆଁ ଲଗେଇ ଜାଳି ଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଗଂଜେଇ ର ପାଖାପାଖି ଆନୁମାନିକ ମୂଲ୍ୟ ୮୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏହି ଚଢ଼ାଉ ରେ ମାଲକାନଗିରି, ବାଲିମେଳା, ମାଥିଲି, ନବରଙ୍ଗପୁର, ଜୟପୁର ଏବଂ କାଲିମେଳା ସବୁ ଅଞ୍ଚଳ ର ଅବକାରୀ ବିଭାଗ ଏକ ଟିମ ଗଠନ କରି ସମସ୍ତଙ୍କ ମିଳିତ ଉଦ୍ୟମରେ ଚଢ଼ାଉ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣର ଗଞ୍ଜେଇ ଚାଷ ଦୀର୍ଘ ଦିନ ଧରି କିପରି ହୋଇ ଆସୁଥିଲା। ଏବଂ ପୂର୍ବରୁ କଣ ମାଲକାନଗିରି ଅବକାରୀ ବିଭାଗ ଶୋଇ ପଡ଼ିଥିଲା କି ବର୍ତ୍ତମାନ ଏନେଇ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।