ଶ୍ରୀଲଙ୍କାକୁ ମାତ୍ର ୮୨ ରନର ଟାର୍ଗେଟ

  • କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ଆଗରେ ମାତ୍ର ୮୧ ରନର ସହଜ ବିଜୟ ଲକ୍ଷ୍ୟ ରଖିଛି। ଆଜି ଭାରତର ଅଧିନାୟକ ଶିଖର ଧୱନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମରୁ ହିଁ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଅଧିନାୟକ ଶିଖର ଧୱନଙ୍କ ସମେତ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଶୂନରେ ଆଉଟ ହୋଇଥିଲେ । ସେହିପରି ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଭାରତ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୮୧ ରନ କରିପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ହସରଂଗା ୪ଟି, ସନକା ୨ଟି ଏବଂ ରମେଶ ମେଣ୍ଡିସ ଓ ଦୁଷ୍ମନ୍ତ ଚମିରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।