ରାୟଗଡ଼ାରୁ ୮୨ କରୋନା ପଜିଟିଭ୍ ଚିହ୍ନଟ : ୬ କରୋନା ଯୋଦ୍ଧା ସାମିଲ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ୮୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୦କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୭ଜଣ ପୁରୁଷ ଏବଂ ୨୫ଜଣ ମହିଳା ରହିଛନ୍ତି। ସେଥିମଧ୍ୟରୁ ବିଷମକଟକରୁ ୩୭, କାଶିପୁରରୁ ୧୨, ମୁନିଗୁଡ଼ାରୁ ୬, ଗୁଣପୁର ସହରାଞ୍ଚଳ, କଲୋନରା, ରାୟଗଡ଼ା ଓ ସହରାଚଂଳରୁ ୫ ଲେଖାଏଁ, ରାମନାଗୁଡ଼ା ଓ ରାୟଗଡ଼ା ଗ୍ରାମାଞ୍ଚଳରୁ ୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଗୁଣପୁର ଆଟିଡିଏ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଗୁଣପୁର ଉପଜିଲ୍ଲାପାଳ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୦ ହୋଇଥିବାବେଳେ ୬୦୭ ଜଣ କରୋନା ଯୋଦ୍ଧା ରହିଛନ୍ତି। ସେଥିମଧ୍ୟରୁ ୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୩୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୧ଜଣ ଚିକିତ୍ସାଧୀନ ଅଛନ୍ତି।