ଯୋଧପୁରରେ ୩୯ ସିଆରପିଏଫ୍ ଯବାନ କରୋନା ସଂକ୍ରମିତ

ଯୋଧପୁର,ଏନ୍ଏନ୍ଏସ୍: ଦେଶରେ ବିସ୍ଫୋରକ ହେବାରେ ଲାଗିଛି କୋଭିଡ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ। ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଦ୍ୱିତୀୟ ବଡ ସହର ଯୋଧପୁରରେ ମଧ୍ୟ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଯୋଧପୁରରେ ଗତକାଲି ସିଆରପିଏଫର ୩୯ ଜଣ ଯବାନ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏସମସ୍ତଙ୍କୁ ସିଆରପିଏଫ ଟ୍ରେନିଂ ସେଣ୍ଟରରେ ଆଇସୋଲେସନରେ ରଖାଯାଇଛି। ଏହାପୂର୍ବରୁ ୨୧ ଜଣ ଯବାନ କରୋନା ସଂକ୍ରମିତ ହୋଇଥିଲେ।