ଗୁଜରାଟରେ ୮୦ ପ୍ରତିଶତ ଯୁବବର୍ଗଙ୍କୁ ବେସରକାରୀ ଚାକିରିରେ ସୁଯୋଗ ମିଳିବ: ଆପ୍‌

ଗୁଜରାଟ: ଗୁଜରାଟରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆମ ଆଦମି ପାର୍ଟି ଜୋରଦାର ପ୍ରଚାର ଜାରି ରଖିଛି । ଗୁଜରାଟରେ ପାର୍ଟିକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଦ୍ୱି-ଦିବସୀୟ ଗୁଜରାଟ ଗସ୍ତ କରିଛନ୍ତି । ଆଜି ଗୁଜରାଟର ଭାବନଗରରେ ଉଭୟ ନେତା ସେଠାକାର ଯୁବବର୍ଗଙ୍କୁ ସମ୍ବୋନ୍ଧିତ କରିଛନ୍ତି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ଦିଲ୍ଲୀରେ ଆମେ ୨ଲକ୍ଷ ସରକାରୀ ଓ ୧୦ଲକ୍ଷ ଘରୋଇ ଚାକିରି ପ୍ରଦାନ କରିଛୁ । ସେହିପରି ଗୁଜରାଟରେ ଆମ ସରକାର ଆସିଲେ ବେସରକାରୀ ଚାକିରିରେ ୮୦ ପ୍ରତିଶତ ଯୁବଙ୍କୁ ସୁଯୋଗ ମିଳିବ ।