ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ମିଶନ ୟୁଥ ଯୋଜନା, ନିଯୁକ୍ତି ପାଇବେ ୮୦ ପ୍ରତିଶତ ବେରୋଜଗାର- ଉପରାଜ୍ୟପାଳ

ଶ୍ରୀନଗର,ଏନ୍ଏନ୍ଏସ୍: ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ୨୦୨୫ ସୁଦ୍ଧା ୮୦ ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସିହ୍ନା କହିଛନ୍ତି ଯେ ଅକ୍ଟୋବର ୩୧ରେ ଶ୍ରୀନଗରରେ ‘ମିଶନ୍ ୟୁଥ୍’ ଅଧୀନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଦୁଇଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଉପରାଜ୍ୟପାଳ କହିଛନ୍ତି ଯେ ଯୁବ ମିଶନ ଅଧୀନରେ କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ୮୦ ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛନ୍ତି ଏବଂ ଏହି ଦିଗରେ ତୃଣମୂଳ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଏମଓୟୁ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଆମର ଯୁବକମାନଙ୍କୁ ବ୍ୟାଙ୍କିଙ୍ଗ, ଆର୍ଥିକ କ୍ଷେତ୍ର ଏବଂ ଷ୍ଟକ୍ ଏକ୍ସଚେଞ୍ଜ ସେକ୍ଟରରେ ତାଲିମ ଦେବେ। ଯାହାଦ୍ବାରା ସେମାନେ ଆତ୍ମନିର୍ଭରଶୀଳ ହୋଇ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ।

ସେ ଆହୁରି କହିଛନ୍ତି ଅଶୋକ ଲେଲାଣ୍ଡ ୮୧୦୦୦ ଟଙ୍କା ସବସିଡି ପ୍ରଦାନ କରିବ। ଏସିଆର ସର୍ବ ପୁରାତନ ଷ୍ଟକ୍ ଏକ୍ସଚେଞ୍ଜ, ଆର୍ଥିକ ସଚେତନତା, ଅର୍ଥନୈତିକ ବିକାଶ ତଥା ରାଜ୍ୟରେ ନିରନ୍ତର ଜୀବିକା ନିର୍ବାହ ପାଇଁ ଏହି ମିଶନ ଯୁବକମାନଙ୍କ ଅଧୀନରେ ଚାରିଟି ଏମଓୟୁ ସ୍ୱାକ୍ଷର ହୋଇଥିବା ସେ ଜଣାଇଛନ୍ତି ।