କୋରାପୁଟରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟର ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମ ନିକଟରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ବିଏସଏଫ୍ କର୍ମଚାରୀ ଓ ମାଛକୁଣ୍ଡ ପୁଲିସର ମିଳିତ ଚଢ଼ଉରେ ୮ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ବୋଲି କୁହାଯାଇଛି।

ପୁଲିସ ସୂଚନା ଅନୁସାରେ ଗତକାଲି ରାତ୍ରିରେ ଏକ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପରେ ବିଏସଏଫ୍ ଓ ପୁଲିସ ମିଳିତ ଅପରେସନ କରି ହନୁମାଳ ଗ୍ରାମ ନିକଟରୁ ଉକ୍ତ ଭ୍ୟାନଟିକୁ ଜବତ କରିଥିଲେ। ପୁଲିସକୁ ଦେଖି ଡ୍ରାଇଭର ସହିତ ଅନ୍ୟ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ଭ୍ୟାନ ଭିତରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥିସହିତ ଗାଡ଼ିରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ମିଳିଛି। ପୁଲିସ ଘଟଣାରେ ତଦନ୍ତ ଜାରି ରଖିବା ସହିତ ପିକଅପ୍ ଭ୍ୟାନର ମାଲିକକୁ ଖୋଜୁଛି।